ଯୋଜନାବଦ୍ଧ ଭାବେ ସମ୍ପ୍ରସାରଣ ହେବ ରାଜଧାନୀ ଭୁବନେଶ୍ବର । ଏନେଇ ବିଡିଏ ପକ୍ଷରୁ ସିଡିପି ପ୍ରସ୍ତୁତ ହେବ । ୨୦୩୦ର ଭୁବନେଶ୍ବର ସ୍ଥିତିକୁ ଆଖି ଆଗରେ ରଖି ବିଡିଏ ଏହି ଯୋଜନା କରିଛି । ଏଥିପାଇଁ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ ସଂସ୍ଥାକୁ ଚୟନ କରାଯାଇଛି । ୨ ବର୍ଷ ମଧ୍ୟରେ ଏହି ସଂସ୍ଥା ସିଡିପି ପ୍ରସ୍ତୁତ କରିବାକୁ ଚୁକ୍ତି ହୋଇଛି । ଶେଷଥର ପାଇଁ ୨୦୧୦ ମସିହାରେ ସିଡିପି ପ୍ରସ୍ତୁତ ହୋଇଥିଲା ।୨୦୧୧ ମସିହାରେ ୩୬୩ଟି ଗ୍ରାମ ବିଡିଏ ସୀମାଭୁକ୍ତ ହୋଇଥିଲା । ଏଣୁ ୨୦୨୦ ମସିହାରେ ସିଡିପି ପ୍ରସ୍ତୁତ କରିବାକୁ ବିଡିଏ ଯୋଜନା କରିଥିଲା । କିନ୍ତୁ କରୋନା ଓ ଅନ୍ୟାନ୍ୟ କାରଣରୁ ଏହା ସ୍ଥଗିତ ରହିଥିଲା । ନୂଆ ସିଡିପିରେ ଜମି, ନିର୍ମାଣାଧୀନ ପ୍ରକଳ୍ପ, ଘର, ଜଳାଶୟ, ଶିକ୍ଷାନୁଷ୍ଠାନ ଆଦିକୁ ଜିପିଏସ୍ ଟ୍ୟାଗିଂ କରାଯିବ । ସମ୍ପୃକ୍ତ ଠିକାସଂସ୍ଥା ସାଟେଲାଇଟ୍ ଇମେଜ୍ ବ୍ୟବହାର କରି ଡିଜିଟାଲ ରାଜସ୍ବ ମ୍ୟାପ୍ ପ୍ରସ୍ତୁତ କରିବ । ସିଡିପି-୨୦୧୦ରେ ଯେଉଁ ଅଞ୍ଚଳରେ ଯେତେ ରାସ୍ତା ଛଡ଼ା ଯାଇଥିଲା ସେଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ଏହାର ଆବଶ୍ୟକ ନଥିବ ତେବେ ଏହାକୁ ନୂଆ ସିଡିପିରୁ ବାଦ୍ ଦିଆଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା