The Topmost

“The eyes believe themselves, the ears believe other people.”

ନୌସେନାର ନୂଆ ପତାକାରୁ ହଟିବ କ୍ରସ ଚିହ୍ନ

ସେପ୍ଟେମ୍ବର ୨ ତାରିଖ ଭାରତୀୟ ନୌସେନା ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ । ଏହି ଦିନ ନୌସେନାକୁ ବିମାନବାହୀ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରାନ୍ତ ମିଳିବାକୁ ଥିବାବେଳେ ନୌସେନାକୁ ନୂଆ ଧ୍ୱଜ ମଧ୍ୟ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଶୁକ୍ରବାର ନୌସେନା ଲାଗି ନୂଆ ଧ୍ୱଜ ଜାରି କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ ନୌସେନା ପତାକା ଉପନିବେସୀୟ ଇତିହାସରୁ ଦୂରରେ ସମୃଦ୍ଧ ଭାରତୀୟ ସମୁଦ୍ର ଐତିହ୍ୟ ଅନୁରୂପ ହେବ ବୋଲି କୁହାଯାଇଛି । ସୂଚନା ଅନୁସାରେ ନୌସେନାର ନୂଆ ପତାକାରୁ କ୍ରସ ଚିହ୍ନକୁ ହଟାଇ ଦିଆଯିବ । ପତାକାରେ ଥିବା କ୍ରସ୍‌ ସେଣ୍ଟ ଜର୍ଜଙ୍କ ପ୍ରତୀକ । ଏଣୁ ୨୦୦୧ରେ ତତ୍କାଳୀନ ବାଜପେୟୀ ସରକାରରେ ନୌସେନାର ପତାକାରେ ପରିବର୍ତ୍ତନ କରିଥିଲେ । ଏଥିରେ ପତାକାରୁ କ୍ରସ ହଟାଇ ସେହି ସ୍ଥାନରେ ନୌସେନାର ଏଙ୍କରକୁ ସ୍ଥାନୀତ କରାଯାଇଥିଲା । ତେବେ ୨୦୦୪ ମସିହାରେ ପୁଣି ପତାକାରେ ଲାଲ କ୍ରସ ଚିହ୍ନକୁ ଯୋଡାଯିବା ସହ ଏଥିରେ ଅଶୋକ ସ୍ତମ୍ବ ଲଗାଯାଇଥିଲା । ଯାହାକି ଏପର୍ଯ୍ୟନ୍ତ ପ୍ରଚଳିତ ଅଛି ।