ଦେଶର ଅନେକ ରାଜ୍ୟରେ ମୌସୁମୀଜନିତ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ପ୍ରଦେଶରେ ଲକ୍ଷାଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ସହରମାନଙ୍କରେ କୃତିମ ବନ୍ୟା ସୃଷ୍ଟି କରିଛି । ଏପଟେ ପାଣିପାଗ ବିଭାଗ ଆହୁରି ବର୍ଷା ହେବା ନେଇ ପୂର୍ବାନୁମାନ କରିବା ସହ ସତର୍କ ସୂଚନା ଜାରି କରିଛି । ତେଲେଙ୍ଗାନାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କର୍ଣ୍ଣାଟକର ଉତ୍ତର ଉପକୂଳବର୍ତ୍ତୀ ଉପାନ୍ତ ଅଞ୍ଚଳଗୁଡ଼ିକରେ ଆସନ୍ତା ୩ ଦିନ ଧରି ପ୍ରବଳ ବର୍ଷା ହେବ । ତେବେ ବର୍ଷା ଯୋଗୁଁ କର୍ଣ୍ଣାଟକରେ ୭ ହଜାର କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିବା କର୍ଣ୍ଣାଟକ ସରକାର ଆକଳନ କରିଛନ୍ତି । ଜୁନ୍ ମାସଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୭,୬୪୭.୧୩ କୋଟି ଟଙ୍କା ନଷ୍ଟ ହୋଇଛି । ସେହିପରି ରେଭିନ୍ୟୁ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜୁନ ଠାରୁ ଏପର୍ଯ୍ୟନ୍ତ ୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ଏହାସହ ଗତ ୨୪ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ