The Topmost

“The eyes believe themselves, the ears believe other people.”

ଖାଲି ହାତରେ ଫେରିଲା ସିବିଆଇ ଟିମ୍

ସିସୋସିଆଙ୍କ ଲକର ଯାଞ୍ଚ ଶେଷ । ଖାଲି ହାତରେ ଫେରିଲା ସିବିଆଇ । ତେବେ ଏବାରି ଭିତରେ ଲିକର ସ୍କାମ ମାମଲାରେ ଯାଞ୍ଚ ପରେ ନିଜକୁ କ୍ଲିନ ଚିଟ୍ ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଘରେ ଯାଞ୍ଚ ବେଳେ ସିବିଆଇକୁ କିଛି ମିଳି ନଥିବା ବେଳେ ଲକର ଯାଞ୍ଚରେ ବି ସିବିଆଇ ଟିମକୁ ଖାଲି ହାତରେ ଫେରିବାକୁ ପଡ଼ିଛି ବୋଲି ସିସୋଦିଆ କହିଛନ୍ତି । ମୁଁ ଓ ମୋ ପରିବାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲୁ । ସତ୍ୟର ସବୁବେଳେ ଜୟ ବୋଲି ସିସୋଦିଆ ଗଣମାଧ୍ୟମକୁ କହିଛନ୍ତି । ଗାଜିଆବାଦ ସେକ୍ଟର ୪ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଲକର ଯାଞ୍ଚ କରିଥିଲା ଟିମ୍ । ଦିଲ୍ଲୀରେ ଲାଗୁ ହୋଇଥିବା ଅବକାରୀ ନୀତିକୁ ବିରୋଧ କରି ଦାଏର ମାମଲାରେ ଅଭିଯୁକ୍ତ ରହିଛନ୍ତି ସିସୋଦିଆ ।