The Topmost

“The eyes believe themselves, the ears believe other people.”

ଭୟଙ୍କର ବନ୍ୟା ଯୋଗୁଁ ଅସମ୍ଭାଳ ପାକିସ୍ତାନର ଅବସ୍ଥା

ପାକିସ୍ତାନରେ ଜାରି ରହିଛି ଭୟଙ୍କର ବନ୍ୟା ବିତ୍ପାତ । ଏହି ବନ୍ୟା ଯୋଗୁଁ ପାକିସ୍ତାନରେ ୧୦୬୧କୁ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା । ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନର ଅବସ୍ଥା ଆହୁରି ଖରାପ ହୋଇଯାଇଛି । ତେବେ ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଏହାକୁ ପାକ୍ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି ଘୋଷଣା କରିଛନ୍ତି । ସହାୟତା ପାଇଁ ପାକିସ୍ତାନ ସରକାରଙ୍କ ନିବେଦନ ପରେ ଅନ୍ତର୍ଜାତୀୟ ସହାୟତା ପହଞ୍ଚିବାରେ ଲାଗିଛି । ତୁର୍କୀ, ୟୁଏଇ ପ୍ରଭୃତି ଦେଶ ପାକିସ୍ତାନକୁ ସହାୟତା ପଠାଇଛନ୍ତି । ତେବେ ଏହି ବନ୍ୟାରେ ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ଏବଂ ବାସହୀନ ହୋଇପଡ଼ିଛନ୍ତି । ଏହାସହ ପ୍ରାୟ ୧୦ ଲକ୍ଷ ଘର ଭାଙ୍ଗିଯାଇଛି । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଦେଶର ବିଭିନ୍ନ ଅଂଚଳକୁ ରିଲିଫ ପ୍ରେରଣ କରାଯାଉଛି । ଏହାସହ ପାକିସ୍ତାନୀ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ସହାୟତା କାର୍ଯ୍ୟ ଜାରି ରହିଛି ।

SHARE BY