The Topmost

“The eyes believe themselves, the ears believe other people.”

ଭଟିକାନ୍‌ର ଆର୍କବିସପ୍‌ ଭାବେ ନିଯୁକ୍ତ ହେଲେ ହାଇଦ୍ରାବାଦର ଆର୍କବିସପ୍‌ ପୂଲା ଆନ୍ଥୋନି

ହାଇଦ୍ରାବାଦର ଆର୍କବିସପ୍‌ ପୂଲା ଆନ୍ଥୋନି ଭଟିକାନ୍‌ର ଆର୍କବିସପ୍‌ ଭାବେ ନିଯୁକ୍ତ । ତେବେ ଶନିବାର ଦିନ ପୋପ୍‌ ଫ୍ରାନ୍‌ସିସ୍ ତାଙ୍କୁ ନିଯୁକ୍ତ କରିଛନ୍ତି । ଏନେଇ ଭଟିକାନ୍‌ ନଗରୀର ସେଣ୍ଟ୍‌ ପିଟର୍ସ ବେସିଲିକାରେ ଅୟୋଜିତ କାର୍ଯ୍ୟକ୍ରମରେ ପୋପ୍‌ ଫ୍ରାନ୍‌ସିସ୍‌ ଅଧ୍ୟକ୍ଷତା କରିଥିଲେ । ହାଇଦ୍ରାବାଦ ଓ ତେଲୁଗୁ ଭାଷାଭାଷୀ ରାଜ୍ୟମାନଙ୍କ ପାଇଁ ଓ ସର୍ବୋପରେ ଭାରତ ପାଇଁ ଏହା ଏକ ସ୍ମରଣୀୟ ଦିବସ । ‘ରୋମାନ୍‌ ପଣ୍ଟିଫ୍‌’ଙ୍କୁ ବିଭିନ୍ନ ବିଷୟରେ ମାର୍ଗଦର୍ଶନ କରାଇବା ଲାଗି ଥିବା ‘କଲେଜ୍‌ ଅଫ୍‌ କାର୍ଡିନାଲ୍‌’ରେ ଆଜି ହାଇଦ୍ରାବାଦର ଆର୍କବିସପ୍‌ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶନିବାର ଦିନ ‘ଆର୍କଡାଓସିସ୍‌ ଅଫ୍‌ ହାଇଦ୍ରାବାଦ୍‌’ ଗଣମାଧ୍ୟମ ପାଇଁ ଦେଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଛି ।