ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି ଯେ, ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ବିଶେଷ ଅବସରରେ ଆମେ ସମସ୍ତେ ଦେଶର ସାମୁହିକ ଶକ୍ତି ଦେଖିବାକୁ ପାଇଲେ । ଏତେ ବଡ ଦେଶ, ଏତେ ବିବିଧତା ଭିତରେ ଯେତେବେଳେ ତ୍ରିରଙ୍ଗା ଉଡାଇବା କଥା ଆସିଲା, ସେତେବେଳେ ସମସ୍ତେ ଆମ ସମସ୍ତଙ୍କ ଭିତରେ ଗୋଟିଏ ଭାବନା ଦେଖିବାକୁ ମିଳିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଅଗଷ୍ଟ ମାସରେ ଲୋକଙ୍କ ପତ୍ର, ସନ୍ଦେଶ ଓ କାର୍ଡ ମୋଦୀଙ୍କ କାର୍ଯ୍ୟାଳୟକୁ ତ୍ରିରଙ୍ଗାମୟ କରିଦେଇଥିଲା ବୋଲି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଅମୃତ ମହୋତ୍ସବର ରଙ୍ଗ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଅନ୍ୟ ଦେଶମାନେ ମଧ୍ୟ ଦେଖିବାକୁ ପାଇଲେ । ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ନାୟକ-ନାୟିକାଙ୍କ କାହାଣୀ ଉପରେ ନିର୍ମିତ କାର୍ଯ୍ୟକ୍ରମ ‘ସ୍ୱରାଜ’ ଦୂରଦର୍ଶନରେ ପ୍ରତି ରବିବାର ରାତି ୯ଟାରେ ପ୍ରସାରିତ ହେବ । ଯାହାକି ୭୫ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ତେଣୁ ଦେଶବାସୀ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ