ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ । ଅରୁଣ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ହୋଇଥିବା ବେଳେ ଏଥିରେ ଉତ୍କଳୀୟ ପ୍ରସ୍ତର କାରୁକାର୍ଯ୍ୟ ଭକ୍ତଙ୍କ ମନରେ ଧର୍ମ ଭାବନାକୁ ଜାଗ୍ରତ କରୁଛି । ତେବେ ଏହି ସ୍ତମ୍ଭର ଫାଟ ମଝିରେ ତିନଟି ସ୍ଥାନରେ ଗାତ ସୃଷ୍ଟି ହୋଇଥିବାରୁ ଭକ୍ତଙ୍କ ମହଲରେ ତନାଘନା ଚାଲିଛି । ସେପଟେ କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ତେବେ ଫାଟ ଓ ଗାତ ଥିବା ସ୍ଥାନକୁ ଏଏସଆଇ ପକ୍ଷରୁ ମରାମତି ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ