ଆଜି ମାଟିରେ ମିଶିବ ନୋଏଡାର ଟ୍ୱିନ୍ ଟାୱାର । ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ । ଅପରାହ୍ନ ୨ଟା ୩୦ରେ ଏହି ଟୁଇନ ଟାୱାର ଭଙ୍ଗାଯିବ । ବିସ୍ପୋରଣ କରି ୯ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯିବ । ଏଥିପାଇଁ ବ୍ୟବହାର ହେବ ୩ହଜାର ୭ଶହ କେଜି ବିସ୍ଫୋରକ । ଦୁଇଟି ଟାୱାର ମଧ୍ୟରୁ ଗୋଟିଏ ୩୨ ମହଲା ଓ ଅନ୍ୟଟି ୨୯ ମହଲା ରହିଛି । ଟାୱାର୍ସରେ ମୋଟ ୯୧୫ ଫ୍ଲାଟ ରହିଛି । ତେବେ ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହା ଭାଙ୍ଗିବାକୁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇ ଏଡିଫାଇସ ଇଞ୍ଜିନିୟରିଂ ଏହି ଭାଙ୍ଗିବା ଦାୟିତ୍ୱ ନେଇଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି