The Topmost

“The eyes believe themselves, the ears believe other people.”

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିରେ ହେବ ଇକୋ ରିଟ୍ରିଟ

ଓଡିଶାର ପର୍ଯ୍ୟଟକଙ୍କ ପାଇଁ ଖୁସିର ଖଵର । ମୟୁରଭଂଜବାସୀଙ୍କ ପାଇଁ ଭେଟି ଦେଇଛନ୍ତି ଓଡିଶା ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଦଶଟି ପର୍ଯ୍ୟଟନସ୍ଥଳୀ ଇକୋ ରିଟ୍ରିଟ ହେବା ନେଇ ଘୋଷଣା କରିଛନ୍ତି । ଏଥି ମଧ୍ୟରୁ ମୟୁରଭଂଜ ଜିଲ୍ଲା ଶିମିଳିପାଳର ନଅଣା ଓ ରାଇରଙ୍ଗପୁରର ଖଡ଼ଖାଇ ନଦୀ ବନ୍ଧ ଠାରେ ମଧ୍ୟ ଇକୋ ରିଟ୍ରିଟ ହେବା ନେଇ ସୂଚନା ଦେଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ । ଶିମିଳିପାଳରେ ଘଞ୍ଚ ଜଙ୍ଗଲରେ ବନ୍ୟଜନ୍ତୁକୁ ପାଖରୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇଥାନ୍ତି । ବିଭିନ୍ନ ଜଳପ୍ରପାତ ସହିତ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲିଦେଖି ପର୍ଯ୍ୟଟକ ଉପଭୋଗ କରିଥାନ୍ତି । ପର୍ଯ୍ୟଟକକୁ ଆଖିଆଗରେ ରଖି ଉତ୍ତର ଶିମିଲିପାଳର ନଅଣାରେ ଆଠଟି କଟେଜ ନିର୍ମାଣ କରାଯିବ ବୋଲି ଆର ସି ସି ଏଫ ସୂଚନା ଦେଇଛନ୍ତି ।