ଓଡ଼ିଶାର ତାଳଚେରରେ ୧୩୨୦ ମେଗାୱାଟ୍ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ରାଷ୍ଟ୍ରାୟତ୍ତ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏନ୍ଟିପିସି ୧୧,୮୪୩ କୋଟି ଟଙ୍କା ନିବେଶ କରିବ । ଏହି ପ୍ରସ୍ତାବକୁ ଆଜି କଂପାନିର ନିର୍ଦେଶକ ବୋର୍ଡ ମଞ୍ଜୁରି ପ୍ରଦାନ କରିଛି । ତାଳଚେର ଥର୍ମାଲ ପାୱାର ଷ୍ଟେସନ ହେଉଛି ଦେଶର ଅନ୍ୟତମ ପୁରାତନ ପ୍ଲାଣ୍ଟ୍ । ସେଥିରେ ୬୦ ମେଗାୱାଟ୍ର ଚାରିଟି ଓ ୧୧୦ ମେଗାୱାଟ୍ର ଦୁଇଟି ୟୁନିଟ୍ ରହିଛି । ସେହି ସ୍ଥାନରେ ୬୬୦ ମେଗାୱାଟ୍ ଲେଖାଏଁ ଦୁଇଟି ୟୁନିଟ୍ ଭାବେ ମୋଟ ୧୩୨୦ ମେଗାୱାଟ୍ର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍