The Topmost

“The eyes believe themselves, the ears believe other people.”

ଏଣିକି ମୁସଲମାନଙ୍କ ଛାଡପତ୍ର ଏବଂ ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ

କେରଳ ହାଇକୋର୍ଟଙ୍କ ବଡ ବୟାନ । ଏଣିକି ମୁସଲମାନଙ୍କ ଛାଡପତ୍ର ଏବଂ ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ । ଫ୍ୟାମିଲି କୋର୍ଟରୁ ଲଗାଇଯାଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା । ଏହା ଉପରେ ଶୁଣାଣି କରି କେରଳ ହାଇକୋର୍ଟ ଏହି ପ୍ରତିକ୍ରିୟା ରଖିଛନ୍ତି । କୋଲ୍ଲମ ଅଞ୍ଚଳରେ ଗୋଟିଏ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଫ୍ୟାମେଲି କୋର୍ଟରେ ଜଣେ ମୁସଲିମ ମହିଳାଙ୍କ ଆବେଦନ ଉପରେ ତାଙ୍କ ସ୍ୱାମୀ ତଲାଖ କହିବା ଉପରେ ରୋକ ଲଗାଇଥିଲେ । ତେବେ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ପୂର୍ବରୁ ଦୁଇଥର ତଲାଖ କହିସାରିଥିଲେ । ଏହା ପରେ କୋର୍ଟ ତାଙ୍କ ତଲାଖ କହିବା ଉପରେ ରୋକ ଲଗାଇଥିଲା । ତେବେ ମହିଳାଙ୍କ ସ୍ୱାମୀ ଆଇନଜୀବୀ ମାଜିଦା ଏସଙ୍କ ଜରିଆରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଫ୍ୟାମେଲି କୋର୍ଟରୁ ଜାରି ହୋଇଥିବା ଆଦେଶକୁ ସେ ଚ୍ୟାଲେଞ୍ଜ କରିଥିଲେ । କେରଳ ହାଇକୋର୍ଟରେ ମାମଲାର ବିଚାର ବେଳେ ଜଷ୍ଟିସ ଏ ମହମ୍ମଦ ମୁସ୍ତାକ ଏବଂ ଜଷ୍ଟିସ ସୋଫି ଥମ୍ପସନଙ୍କ ବେଞ୍ଚ ଫ୍ୟାମେଲି କୋର୍ଟର ଆଦେଶକୁ ଖାରଜ କରିଥିଲେ । ହାଇକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୨୫କୁ ଦର୍ଶାଇ କହିଥିଲେ ବ୍ୟକ୍ତିଗତ ଆଇନର ବ୍ୟବହାର କରୁଥିବା ଲୋକଙ୍କୁ ରୋକିବା ପାଇଁ ଅଦାଲତର କୌଣସି ଭୂମିକା ନାହିଁ ।