ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରି ରୁଷରେ ଆଇଏସ ଆତଙ୍କୀ ଧରାପଡିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଗିରଫ ଆଇଏସ ଆତଙ୍କୀର ଭାରତ ଲିଙ୍କ ବିଷୟରେ ଅଧିକ ଖୋଲତାଡ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ଡୋମେଷ୍ଟିକ ଇଣ୍ଟରନ୍ୟାସନାଲ ସିକ୍ୟୁରିଟି ଓ ଆଇବିର ଟିମ ରୁଷ ରାଜଧାନୀ ମସ୍କୋ ଯିବେ । ସେମାନେ ସେଠାରେ ପହଁଛି ଗିରଫ ଆତଙ୍କବାଦୀ ଯୋଜନା ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବେ । ଏହି ଷଡଯନ୍ତ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି କଣ ଥିଲା ଷଡଯନ୍ତ୍ର ସେସବୁକୁ ବିଷୟରେ ଭାରତ ଜାଣିବାକୁ ଚାହୁଁଛି । ତଥ୍ୟ ଅନୁସାରେ ରୁଷର ଗୁଇନ୍ଦା ସଂସ୍ଥା ଓ ଫେଡେରାଲ ସିକ୍ୟୁରିଟି ସର୍ଭିସ ଅଧିକାରୀଙ୍କୁ ଭେଟିବେ । ଏହାପରେ ଆଇଏସ ଆତଙ୍କୀ ସମସ୍ତ ତଥ୍ୟ ହାସଲ କରି ତାର ଭାରତର ଲିଙ୍କ ସର୍ମ୍ପକରୋ ଖୋଲତାଡ କରିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍