The Topmost

“The eyes believe themselves, the ears believe other people.”

ମାଓବାଦୀଙ୍କ ଅକ୍ତିଆରରେ ସୁନାବେଡ଼ା ଅଭୟାରଣ୍ୟ

ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ । ମାଓବାଦୀମାନେ ଅଭୟାରଣ୍ୟକୁ ନିଜ ଅକ୍ତିଆରରେ ରଖିଛନ୍ତି । ସେମାନେ ନିଜର ଉପସ୍ଥିତି ଜାହିର କରି ତାଣ୍ଡବ ରଚିଛନ୍ତି । ଗତ ଜୁନ୍‌ ମାସରେ ୩ ଜଣ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାକୁ ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଗୁରୁବାର ରାତିରେ ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କିଛିଦିନ ବ୍ୟବଧାନରେ ଲାଲବାହିନୀ ଏଭଳି କାଣ୍ଡ କରି ଚାଲିଥିବାରୁ ଜିଲ୍ଲା ପୁଲିସ୍‌ର ଚିନ୍ତା ବଢ଼ିଯାଇଛି । ତେବେ ଗତ ୧୩ ବର୍ଷ ମଧ୍ୟରେ ମାଓବାଦୀମାନେ ନୂଆପଡ଼ା ଜିଲ୍ଲାର ୨୯ ଜଣ ପୁଲିସ୍‌ ଓ ନିରୀହ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ।