ଇଣ୍ଟର୍ପୋଲ୍’ରେ ଯୋଗ ଦେବାକୁ ଭାରତର ସହାୟତା ଲୋଡ଼ିଲା ତାଇୱାନ୍ । ଚୀନ୍ ତା’ର ପ୍ରଭାବ ବଳରେ ନିଜସ୍ବ ସ୍ବାର୍ଥ ଲାଗି ‘ଇଣ୍ଟର୍ନ୍ୟାସ୍ନାଲ୍ କ୍ରିମିନାଲ୍ ପୋଲିସ୍ ଅର୍ଗାନାଇଜେସନ୍’ର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇ ଆସୁଛି । ଆର୍ଥିକ କ୍ଷମତା ବଳରେ ୨୦୧୬ରୁ ଚୀନ୍ ‘ଇଣ୍ଟର୍ପୋଲ୍’କୁ ପ୍ରଭାବିତ କରି ଆସୁଥିବା କଥା ତାଇୱାନ୍ କହିଛି । ୧୯୮୪ ପର୍ଯ୍ୟନ୍ତ ତାଇୱାନ୍ ‘ଇଣ୍ଟର୍ପୋଲ୍ ଜେନେରାଲ୍ ଆସେମ୍ବ୍ଲି’ର ଅଂଶବିଶେଷ ଥିବାବେଳେ ଚୀନ୍ ତାହାକୁ ହଟାଇ ଦେଇଥିଲା । ଗଣମାଧ୍ୟମକୁ ତାଇୱାନ୍ ‘କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ’ର କମିସନର୍ କହିଛନ୍ତି ଯେ ତାଇୱାନ୍ ‘ଇଣ୍ଟର୍ପୋଲ୍’ର ସଦସ୍ୟ ରାଷ୍ଟ୍ର ନୁହେଁ । ଆମେ ସାଧାରଣ ପରିଷଦ୍କୁ ଆମର ପ୍ରତିନିଧି ଦଳ ପଠାଇ ପାରିବୁ ନାହିଁ । ଭାରତ ‘ଇଣ୍ଟର୍ପୋଲ୍’ର ସାଧାରଣ ପରିଷଦ୍ ଆୟୋଜନ କରୁଥିବାରୁ ଆମକୁ ଆମନ୍ତ୍ରଣ କରିବା ପାଇଁ ତା’ର କ୍ଷମତା ଅଛି । ଜଣେ ପର୍ଯ୍ୟବେକ୍ଷକ ଭାବେ ତାଇୱାନ୍କୁ ଭାରତ ଓ ଅନ୍ୟ ଦେଶମାନେ ଆମନ୍ତ୍ରଣ କରିବେ ବୋଲି ଆଶା କରୁଛୁ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ