The Topmost

“The eyes believe themselves, the ears believe other people.”

ଜମ୍ମୁକଶ୍ମୀରରେ ମତଦାନକୁ ନେଇ ତେଜୁଛି ବିବାଦ

ଜମ୍ମୁକଶ୍ମୀରରେ ମତଦାନକୁ ନେଇ ତେଜୁଛି ବିବାଦ । କେନ୍ଦ୍ର ସରକାର ଅଣ-ସ୍ଥାନୀୟ ଲୋକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଦଳିତ, ଶରଣାର୍ଥୀ, ବାହାରୁ ଆସି ରହୁଥିବା ବ୍ୟକ୍ତି ଏବଂ ସେନା କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗଙ୍କୁ ଏଣିକି ମତଦାନ ଅଧିକାର ମିଳିବ । ତେବେ କେନ୍ଦ୍ରର ଏହି ବିବାଦୀୟ ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ଓ ନେସ୍‌ନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ତୀବ୍ର ସମାଲୋଚନା କରିଛନ୍ତି । ସେମାନେ କହିଛନ୍ତି ଯେ ବିଜେପିକୁ ଏଭଳି ‘ଆମଦାନିକରା ଭୋଟର’ ସାହାଯ୍ୟ କରିବେ । ୨୦୧୯ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ସହ ଏହା କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି ।