ଆଫଗାନିସ୍ତାନ କାବୁଲର ଏକ ମସଜିଦରେ ବିସ୍ଫୋରଣ । ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି । ଲୋକମାନେ ନମାଜ ପାଠ କରୁଥିବାବେଳେ ମସଜିଦରେ ବିସ୍ଫୋରଣ ଘଟିଥିଲା । କାବୁଲ ସୁରକ୍ଷା ବିଭାଗର ମୁଖପାତ୍ର ଖାଲିଦ ଜଡ୍ରାନ କହିଛନ୍ତି ଯେ କାବୁଲର ପିଡି-୧୭ରେ ଥିବା ଏକ ମସଜିଦରେ ଏହି ବୋମା ବିସ୍ଫୋରଣ ହୋଇଛି । ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ନେଇଛନ୍ତି । ତେବେ ଏହି ବିସ୍ଫୋରଣରେ ଅନେକ ଛୋଟ ଛୁଆ ମଧ୍ୟ ଆହତ ହୋଇଛନ୍ତି । ମସଜିଦରେ ହୋଇଥିବା ଏହି ବୋମା ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ କରିନାହାନ୍ତି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି