The Topmost

“The eyes believe themselves, the ears believe other people.”

ଜମ୍ମୁକାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂର ଶୀକାର ହେଲେ କାଶ୍ମୀର ପଣ୍ଡିତ

ଜମ୍ମୁକାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ । ସୋପିଆନରେ ପୁଣି କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ଚାଲିଯାଇଛି ଜଣେ କାଶ୍ମୀର ପଣ୍ଡିତଙ୍କ ଜୀବନ । ଏହାସହ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାଧୀନତା ଦିବସର ଦିନକପରେ ସୋପିଆନରେ ଦେଖିବାକୁ ମିଳିଛି ଟାର୍ଗେଟ୍ କିଲିଂ । ଆତଙ୍କବାଦୀମାନେ ଦୁଇଜଣ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରିଥିବା ବେଳେ ଜଣଙ୍କ ଜୀବନ ଚାଲିଯାଇଛି । ଆଉଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଆତଙ୍କବାଦୀଙ୍କ ଟାର୍ଗେଟକୁ ଆସୁଛନ୍ତି କାଶ୍ମୀର ପଣ୍ଡିତ । କେଉଁଠି ଅଫିସ ଭିତରେ ପସି କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଉଛି ତ ଆଉ କେଉଁଠି ଘରେ ପସି ସଂଖ୍ୟାଲଘୁଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ୍ ।

SHARE BY