The Topmost

“The eyes believe themselves, the ears believe other people.”

ଇଞ୍ଜିନିୟରିଂ ଇତିହାସରେ ବିରଳ ସଫଳତା…

ରେଳ ସଂଯୋଗ କ୍ଷେତ୍ରରେ ଇତିହାସ ରଚିଛି ଭାରତ । କାଶ୍ମୀରକୁ ସିଧାସଳଖ ଜାତୀୟ ରେଳ ନେଟୱାର୍କ ଏବଂ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜର ଦୁଇ ମୁଣ୍ଡକୁ ସଂଯୋଗ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଜୋଡିଛି । ତେବେ ଇଞ୍ଜିନିୟରିଂ ଇତିହାସରେ ଏହି ବିରଳ ସଫଳତା ମିଳିଛି । ଉଦାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପ ଅଧୀନରେ କୋଡି ଏବଂ ବକ୍କାଲ ରେଳ ଷ୍ଟେସନଗୁଡ଼ିକ ଚେନ୍ନାବ ନଦୀ ଉପରୁ ୩୫୯ ମିଟର ଉଚ୍ଚରେ ସଂଯୋଗ ହେବା ମାତ୍ରେ କୋଡି ଏବଂ ବକ୍କାଲ ରେଳ ଷ୍ଟେସନଗୁଡ଼ିକ ପରସ୍ପର ସହ ଯୋଡ଼ି ହୋଇଛନ୍ତି । ଏହି ସେତୁ ପ୍ୟାରିସର ଏଫିଲ୍ ଟାୱାର ଠାରୁ ୩୦ ମିଟର ଉଚ୍ଚ। ତେବେ ସେତୁ ନିର୍ମାଣର ୯୮ ପ୍ରତିଶତ କାର୍ଯ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି ଯାହା ଡିସେମ୍ବର ମାସରେ ଶେଷ ହେବ । ତେବେ ଭାରତୀୟ ରେଳ ସମେତ ବିଶ୍ଵ ରେଳ ଇତିହାସର ସର୍ବୋଚ୍ଚ ସେତୁ ବା ପୁଲ୍ ପାଇଁ ୧, ୪୩୬ କୋଟି ଟଙ୍କା ଖର୍ଚ୍ଚ ହେବ । ୧୭ ସ୍ତମ୍ଭ ଉପରେ ନିର୍ମିତ ସେତୁର ମୋଟ ଲମ୍ବ ୧୩୧୫ ମିଟର ।

SHARE BY