The Topmost

“The eyes believe themselves, the ears believe other people.”

ତାଇଓ୍ଵାନ୍ ଚାରିପାଖ ସମୁଦ୍ର ଓ ଆକାଶରେ ଚୀନର ମିଳିତ ସମରାଭ୍ୟାସ ଜାରି

ଚୀନ୍-ତାଇଓ୍ଵାନ ଭିତରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି । ପୁଣି ଚୀନ୍ ଘେରାବନ୍ଦୀରେ ତାଇଓ୍ଵାନ । ତାଇଓ୍ଵାନ୍ ଚାରିପାଖ ସମୁଦ୍ର ଓ ଆକାଶରେ ଚୀନର ମିଳିତ ସମରାଭ୍ୟାସ ଜାରି ରହିଛି । ଚକ୍କର କାଟୁଛନ୍ତି ଯୁଦ୍ଧ ଜାହାଜ ଓ ଫାଇଟର ଜେଟ୍ । ପୁଣି ସମରାଭ୍ୟାସ ଆରମ୍ଭ କରିଛି ପିପୁଲ୍ସ ଲିବରେସନ୍ ଆର୍ମୀର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ। ଆମେରିକାର ଏକ ପ୍ରତିନିଧି ଦଳ ତାଇଓ୍ଵାନରେ ପହଞ୍ଚିବା ପରେ ଏହାର ଜବାବ ସ୍ୱରୂପ ସମରାଭ୍ୟାସ ଆରମ୍ଭ କରିଦେଇଛି ଚୀନ୍ । ତାଇଓ୍ଵାନକୁ ଆସିଛି ଆମେରିକା କଂଗ୍ରେସର ଆଉ ଏକ ଉଚ୍ଚସ୍ତରୀୟ ଟିମ୍ । ସେନ୍ ମାର୍କିଙ୍କ ନେତୃତ୍ୱରେ ଆସିଛନ୍ତି ୫ ଜଣିଆ ପ୍ରତିନିଧି ମଣ୍ଡଳୀ । ଏହି ପ୍ରତିନିଧି ମଣ୍ଡଳୀ ତାଇଓ୍ଵାନ ନେତାଙ୍କୁ ଭେଟିବା ସହ ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଛି । ଏହାସହ ଆମେରିକା ଟିମକୁ ଧନ୍ୟବାଦ ଦେଇଛି ତାଇଓ୍ଵାନ ବିଦେଶ ମନ୍ତ୍ରାଳୟ । ତେବେ ତାଇଓ୍ଵାନକୁ ଆଉ ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇ ଚୀନକୁ ପୁଣି ଉସ୍କାଇଛି ଆମେରିକା । ପିଏଲଏର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ କହିଛି ଦେଶର ସାର୍ବଭୌମତା, ଶାନ୍ତି ଏବଂ ସ୍ଥିରତା ରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ । ଆମେରିକାର ରାଜନୀତିର ଖେଳ ତାଇଓ୍ଵାନରେ ଶାନ୍ତି ଓ ସ୍ଥିରତାକୁ ବ୍ୟାହତ କରୁଛି।

SHARE BY