ହୀରାକୁଦର ଜଳଭଣ୍ଡାରର ୮ଟି ଗେଟ୍ ବନ୍ଦ । ବର୍ତ୍ତମାନ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ୱରେ ୧୮ଟି ଏବଂ ଡାହାଣ ପାଶ୍ୱରେ ୮ଟି ଗେଟ୍ ଦେଇ ବାହାରୁଛି ବନ୍ୟାଜଳ । ସୂଚନା ଅନୁସାରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ପରେ ଜଳଭଣ୍ଡାରରେ ପର୍ଯ୍ୟାୟ କ୍ରମେ ୩୪ଟି ଗେଟ୍ ଖୋଲାଯାଇଥିଲା । ଯାହାଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାସହ ମହାନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ଆଉ ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିଛି । ଯାହାକୁ ଦୃଷ୍ଟିରେ ରଖି ୮ଟି ଗେଟ୍ ବନ୍ଦ କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍