ଚରମପନ୍ଥୀଙ୍କ ଟାର୍ଗେଟ୍ରେ ସାରା ବିଶ୍ୱ । ପୁଣି ଜଣେ ବଡ ନେତାଙ୍କୁ ହତ୍ୟା ଧମକ ! ଏହାରି ଭିତରେ ଆମେରିକାର ନ୍ୟୁୟର୍କରେ ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ଉପରେ ହୋଇଥିଲା ଆକ୍ରମଣ ଯାହାକି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସବୁ ଭିତରେୋ ପୁଣି ଭାରତରେ ବଡ଼ ନେତାଙ୍କୁ ହତ୍ୟା ଧମକ ମିଳିଛି । ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ଭାରତୀୟ କୃଷକ ମଞ୍ଚରର ଜାତୀୟ ସଭାପତି ଏବଂ ପାଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ ଦେଇଛି । ଏହି ଘଟଣା ପରେ ପୁଲିସ ସଲମାନ ନାଁରେ ଏକ ମାମଲା ରୁଜୁ କରିଛି । ତେବେ ଲକ୍ଷ୍ନୌରେ ଥିବା ଦେବେନ୍ଦ୍ର ତିୱାରୀଙ୍କ ଘରକୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଚିଠିରେ ତାଙ୍କୁ ଓ ଯୋଗୀ ଆଦିତ୍ୟ ନାଥଙ୍କୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ସେପଟେ ରାଜ୍ୟରେ କଂସେଇଖାନା ସମ୍ପର୍କିତ ଏହି ଚିଠିଟି ଆସିଥିବା କୁହାଯାଉଛି । କାରଣ ନିକଟରେ ତିୱାରୀ ରାଜ୍ୟରେ ବେଆଇନ କଂସେଇଖାନା ଖୋଲିବାକୁ ବିରୋଧ କରି କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ସେପଟେ ଘଟମାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍