ଚାରିଆଡେ ବର୍ଷାର ତାଣ୍ଡବ ସାଙ୍ଗକୁ ଜଳ ପ୍ରଳୟ । ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ଫଳରେ ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ପଶିଯାଇଛି । ଶନିବାରଠାରୁ ଜାଂଜଗିର ସମେତ, ବଲୋଦାବାଜାର ଓ ରାୟଗଡ଼ା ଆଦି ଜିଲ୍ଲାରେ ମୁଷଳ ଧାରାରେ ବର୍ଷା ଜାରି ରହିଛି । ତେବେ ଛତିଶଗଡ଼ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଶିଓରୀ ନାରାୟଣ ପୋଲ ଉପରେ ମହାନଦୀ ପାଣି ପ୍ରବାହିତ ହେଉଛି । ସେପଟେ ଜାଂଜଗିର ଚାମ୍ପାରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଛତିଶଗଡ଼ର ରାଜଧାନୀ ରାୟପୁର ସହ ଜଂଜଗିର ଚାମ୍ପା ଜିଲ୍ଲାର ଯୋଗାଯୋଗ ବିଛିନ୍ନ ହୋଇଛି । ବଲୋଦା ବାଜାର ଓ ବିଳାସପୁର ସହ ବି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ରହିଛି । ଏନେଇ ବନ୍ୟା ପ୍ରଭାବିତ ଅଞ୍ଚଳର ଶତାଧିକ ପରିବାର ଘର ଛାଡ଼ିଲେଣି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ