ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରିତ । ଆଜି ସିନ୍ଦେ ସରକାରରେ ୧୮ ଜଣ ମନ୍ତ୍ରୀ ଶପଥ ନେଲେ । ୧୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବିଜେପିରୁ ଓ ଅନ୍ୟ ୯ ଜଣ ସିନ୍ଦେ ଗ୍ରୁପର ବୋଲି ଜଣାପଡିଛି । ଏହାକୁ ମିଶାଇ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଙ୍କ ସଂଖ୍ୟା ୨୦ ରେ ପହଞ୍ଚିଛି । ତେବେ ସରକାର ଗଠନର ଦୀର୍ଘ ୧ମାସ ପରେ ମହାରାଷ୍ଟ୍ରରେ ସିନ୍ଦେ ସରକାର ଆଜି କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଶିବସେନା ବିଦ୍ରୋହୀ ସିନ୍ଦେ ଗ୍ରୁପ ଓ ବିଜେପି ମିଳିତ ଭାବେ ଜୁନ୍ ୩୦ ତାରିଖରେ ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାରକୁ ଭାଙ୍ଗି ସରକାର ଗଠନ କରିଥିଲେ । ଏଥିରେ କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନର୍ଭିସ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ