ଆଜି ସାରା ଦେଶ ପାଳୁଛି ଅଗଷ୍ଟ କ୍ରାନ୍ତି ଦିବସ । ଅଗଷ୍ଟ ୯.. ଏହି ଦିନଟି ଭାରତର ସ୍ବାଧିନତା ଆନ୍ଦୋଳନ ପାଇଁ ଇତିହାସରେ ଗୁରୁତ୍ବପୂର୍ଣ୍ଣ । ୧୯୪୨ ଅଗଷ୍ଟ ୯ ତାରିଖରେ ଭାରତକୁ ବ୍ରିଟିଶ ମୁକ୍ତ କରିବା ପାଇଁ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ଏହାପରେ ଭାରତବାସୀ ଏକଜୁଟ୍ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ କରିଥିଲେ । ମୁମ୍ବାଇର ଅରୁଣା ଆସିକ ଅଲ୍ଲୀ ଗ୍ବାଲିଆ କ୍ରାନ୍ତି ମଇଦାନରେ ପତାକା ଉଡ଼ାଇ ଆନ୍ଦୋଳନ ପାଇଁ ଶଙ୍ଖଧ୍ବନି ଦିଆଯାଇଥିଲା । ଯାହାଫଳରେ ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଥିଲା । ତେବେ ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ଭାରତ ବର୍ଷ । ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ । ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି କ୍ରାନ୍ତି ଦିବସ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ