The Topmost

“The eyes believe themselves, the ears believe other people.”

ଚପଲ ପିନ୍ଧି ମୋଟର ସାଇକେଲ୍ ଚଲାଇବା ମନା !

ଏଣିକି ଚପଲ ପିନ୍ଧି ମୋଟର ସାଇକେଲ୍ ଚଲାଇବା ମନା । ଗାଡି ଚାଳକମାନେ ହୋଇଯାଆନ୍ତୁ ସାବଧାନ । ଆସୁଛି ଭାରତ ସରକାରଙ୍କ ସଡକ ପରିବହନ କ୍ଷେତ୍ରରେ ନୂଆ ନିୟମ । ତେବେ ଏହି ନୂଆ ନିୟମ ଅନୁସାରେ ଗାଡି ଚଲାଇଲାବେଳେ ଜୋତା ପିନ୍ଧିବା ବାଧ୍ୟତାମୂଳକ ହେବାକୁ ଯାଉଛି । ଚପଲ ପିନ୍ଧି ଗାଡି ଚଳାଇଲେ ଦେବାକୁ ପଡିବ ଫାଇନ୍ । ଭାରତ ସରକାର ସଡକ ପରିବହନ ନିୟମରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ନୂଆ ମୋଟରଜାନ ଆଇନ ଅନୁସାରେ, ଗାଡି ଚଲାଇଲା ବେଳେ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବାର ପ୍ରବନ୍ଧନ ରହିଛି । ଯଦି ଏହି ନିୟମ ଲାଗୁ ହେବା ପରେ କୌଣସି ଲୋକ ଏହାକୁ ଉଲଂଘନ କରନ୍ତି ତେବେ ତାଙ୍କର ୧ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କାଟିବ ପୋଲିସ । ସେହିଭଳି ଭାବେ ବାଇକର ପଛପଟେ ବସୁଥିବା ବ୍ୟକ୍ତି ହାପ୍ ପ୍ୟାଣ୍ଟ ପିନ୍ଧି ବସିପାରିବେ ନାହିଁ । ଯଦି ଏଥିରେ କୌଣସି ବ୍ୟତିକ୍ରମ ଘଟେ ତେବେ ୨ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିବ ।