ନର୍କ ପାଲଟିଯାଇଛି ଆଫଗାନିସ୍ତାନ୍ । କାବୁଲ ସହରରୁ ପୁଣି ଆସିଛି ଏକ ବର୍ବରତାର କାହାଣୀ । ଯେଉଁଠାରେ କି ଏକ ୧୦ ବର୍ଷର କୁନି ଝିଅ ରାସ୍ତାରେ ହସିବା ଏବଂ ସାଙ୍ଗ ମାନଙ୍କ ସହିତ ଉଚ୍ଚ ସ୍ୱରରେ କଥା ହେବା କାରଣରୁ ତାକୁ ମାଡ ମାରି ଲହୁଲୁହାଣ କରିଛନ୍ତି ତାଲିବାନି । ଏଠାରେ ତାଲିବାନ ରାଜ୍ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି । ତାଲିବାନର ଏହି ରାଜ୍ ଯୋଗୁଁ ଏକପ୍ରକାର ନର୍କ ପାଲଟିଯାଇଛି ଆଫଗାନିସ୍ତାନ୍ । ଏହି ଏକବର୍ଷ ଶାସନ ମଧ୍ୟରେ ମହିଳାଙ୍କୁ ଦିଆଯାଇଛି ନାନା ପ୍ରକାରର ନିର୍ଯ୍ୟାତନା । ଏପରିକି ହସିଲେ ମଧ୍ୟ ଲୋକଙ୍କୁ ମାଡ ମରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ଦୁନିଆର ଅନ୍ୟ କୌଣସି ସ୍ଥାନରେ ମହିଲାମାନେ ଏପରି ନିର୍ଯ୍ୟାତିତ ହେଇନଥିଲେ, ଯେଉଁଭଳି ଭାବରେ ଆଫଗାନିସ୍ତାନୀ ମହିଳା ତାଲିବାନଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ଏଠାରେ ପ୍ରାଥମିକ ଶିକ୍ଷା ପରେ ମାଧ୍ୟମିକ ଶିକ୍ଷାକୁ ବନ୍ଦ କରିଦିଆଯାଇଛି । ଖାଲି ସେତିକି ନୁହେଁ, ଯଦି ଜଣେ ଝିଅ ଘରୁ ବାହାରି କେଉଁଆଡେ ବି ଯାଉଛି ତାହେଲେ ତାଙ୍କ ସହିତ ଜଣେ ପୁରୁଷ ଅବିଭାବକ ରହିବା ବାଧ୍ୟତାମୂଳକ କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ