ନୂଆଦିଲ୍ଲୀ ସ୍ଥିତ ବାଟଲା ହାଉସ୍ରେ ତଲାସି ପରେ ‘ଇସ୍ଲାମିକ୍ ଷ୍ଟେଟ୍’ର ଜଣେ ସକ୍ରିୟ ସଦସ୍ୟ ଗିରଫ । ଏନେଇ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ ବା ଏନ୍ଆଇଏ କହିଛି । ‘ଏନ୍ଆଇଏ’ କହିଛି, ମହସିନ୍ ଅହମଦ୍ ନାମକ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପାଟନାର ବାସିନ୍ଦା ଅହମଦ୍ ‘ଆଇଏସ୍ଆଇଏସ୍’ର ଜଣେ ସକ୍ରିୟ ସଦସ୍ୟ । ତେବେ ଭାରତ ଏବଂ ବିଦେଶରେ ଥିବା ସମର୍ଥକମାନଙ୍କଠାରୁ ପାଣ୍ଠି ଯୋଗାଡ଼ ନେଇ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ‘ଆଇଏସ୍ଆଇଏସ୍’ର କାର୍ଯ୍ୟକଳାପ ଆଗେଇ ନେବା ପାଇଁ ସେ ‘କ୍ରିପ୍ଟୋକରେନ୍ସି’ ମାଧ୍ୟମରେ ସଂଗୃହୀତ ଅର୍ଥରାଶି ସିରିୟା ଏବଂ ଅନ୍ୟାନ୍ୟ ସ୍ଥାନକୁ ପଠାଉଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ