The Topmost

“The eyes believe themselves, the ears believe other people.”

ଚିନ୍ତା ବଢାଉଛି ଲମ୍ପି ଭାଇରସ୍, ୫ଟି ରାଜ୍ୟରେ ବ୍ୟାପିଲାଣି ଭୟଙ୍କର ରୋଗ

ଦେଶରେ ଚିନ୍ତା ବଢାଇଲାଣି ଲମ୍ପି ଭାଇରସ୍ । ୫ଟି ରାଜ୍ୟରେ ଗୋରୁଙ୍କୁ ବ୍ୟାପିଲାଣି ଏହି ଭୟଙ୍କର ଲମ୍ପି ଭାଇରସ୍‌ । ଏହାଦ୍ବାରା ଦେଶର ହଜାର ହଜାର ଗାଈ ଏହି ରୋଗରେ ପୀଡ଼ିତ ହୋଇଛନ୍ତି । ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜସ୍ଥାନ । ରାଜ୍ୟର ୧୧ ଜିଲ୍ଲାରେ ଗମ୍ଭୀର ରୂପ ନେଲାଣି ଏହି ଭାଇରସ୍ । ଏଠାରେ ଗାଈଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ସଂକ୍ରମିତ ଗାଈଙ୍କ କ୍ଷୀର ନ ପିଇବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଏହାସହ ଆକ୍ରାନ୍ତ ଗାଈଙ୍କଠାରୁ ଅନ୍ୟ ଗାଈଙ୍କୁ ଦୂରେଇ ରଖିବାକୁ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି । ଏବଂ ଏହାସହ ସୁସ୍ଥ ପଶୁଙ୍କ ଟିକାକରଣ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ନିର୍ଦ୍ଦିଷ୍ଟ ପୃଥକ ବାସ ସ୍ଥାନ ମଧ୍ୟ ନିର୍ମାଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସଂକ୍ରମଣ ରୋକିବାରେ ସାହାଯ୍ୟ ମିଳିବ ଓ ଚିକିତ୍ସା ଏବଂ ଯତ୍ନ ନେବାରେ ସହଜ ହେବ । ଏହି ରୋଗରୁ ମୁକ୍ତି ପାଇଁ ‘ଗୋଟ୍‌ ପକ୍ସ ଟିକା’ ସବୁଠୁ ଅଧିକ ପ୍ରଭାବଶାଳୀ ବୋଲି ମନ୍ତ୍ରୀ ରୁପାଲା କହିଛନ୍ତି ।