The Topmost

“The eyes believe themselves, the ears believe other people.”

ଆଜିଠୁ ଉଡାଣ ଆରମ୍ଭ କରିବ ଆକାଶ ଏୟାର

ଆଜିଠୁ ଉଡାଣ ଆରମ୍ଭ କରିବ ଆକାଶ ଏୟାର । ଏହାର ପ୍ରଥମ ବିମାନ ମୁମ୍ବାଇରୁ ଅହମଦାବାଦକୁ ଯାତ୍ରା କରିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉକ୍ତ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଆଜି ୧୦ଟା ୫ ମିନିଟରେ ଉକ୍ତ ବିମାନ ମୁମ୍ବାଇ ବିମାନ ବନ୍ଦର ଛାଡ଼ିବ ଏବଂ ଅହମଦାବାଦରେ ସକାଳ ୧୧ଟା ୨୫ ମିନିଟରେ ପହଞ୍ଚିବ । ଚଳିତ ମାସ ୧୩ ତାରିଖରେ ଆକାଶ ଏୟାରର ବେଙ୍ଗାଲୁରୁ-କୋଚି ବିମାନ, ୧୯ ତାରିଖରେ ବେଙ୍ଗାଲୁରୁ-ମୁମ୍ବାଇ ଏବଂ ସେପ୍ଟେମ୍ବର ୧୫ ତାରିଖରେ ଚେନ୍ନାଇ-ମୁମ୍ବାଇ ବିମାନ ଉଡ଼ାଣ ଆରମ୍ଭ କରିବ । ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲା ଏବଂ ବିମାନ ଚଳାଚଳ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତି ଆଦିତ୍ୟ ଘୋଷ ଓ ବିନୟ ଦୁବେଙ୍କ ଦ୍ବାରା ସ୍ଥାପିତ ଉକ୍ତ କମ୍ପାନି ଡିଜିସିଏ ଠାରୁ ଏୟାର ଅପରେଟର ପ୍ରମାଣପତ୍ର ଗତମାସ ୭ ତାରିଖରେ ହାସଲ କରିଥିଲା ।