The Topmost

“The eyes believe themselves, the ears believe other people.”

ପୁଲିସ ମାଓ ଗୁଳି ବିନିମୟ, ଖସି ପଳାଇଲେ ମାଓବାଦୀ..

ଛତିଶଗଡର କାଙ୍କେରରେ ପୁଲିସ ଏବଂ ମାଓବାଦୀ ଗୁଳିବିନିମୟ । ଗୁଳିବିନିମୟ ବେଳେ କ୍ୟାଡର ନକ୍ସଲ ଖସି ପଳାଇ ଥିବାବେଳେ ବହୁ ମାଓ ସାମଗ୍ରୀ ଜବତ ହୋଇଠି । ଆମାବେଡା ଥାନା କାମକାକୁଡମ ଜଙ୍ଗଲରେ କୁୟେମାରି ଏରିଆ କମିଟିର ନକ୍ସଲ କ୍ୟାମ୍ପ କରି ରହିଥିବା ପୋଲିସ ସୂଚନା ପାଇଥିଲା । ତୁରନ୍ତ ଡିଆଜି ଯବାନ ସମେତ ଜିଲ୍ଲା ପୁଲିସ ଦଳ ଜଙ୍ଗଲରେ ପହଞ୍ଚିଥିଲେ । ଫଳରେ ଯବାନଙ୍କୁ ଦେଖି ପ୍ରଥମେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ । ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା, ଯାହାଫଳରେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଖସି ପଳାଇଥିଲେ ।