ଅନଲାଇନ ଟିକେଟ୍ ବୁକିଂ ସିଷ୍ଟମରେ ଆସିବ ପରିବର୍ତ୍ତନ । ଆଇଆରସିଟିସିର ଅନଲାଇନ୍ ଯାତ୍ରୀ ଟିକେଟ୍ ବୁକିଂ ସିଷ୍ଟମକୁ ନବୀକରଣ ପାଇଁ କାର୍ଯ୍ୟ ହେଉଛି । ଯାହା ଦ୍ୱାରା ଯାତ୍ରୀମାନେ ଟିକେଟ୍ ବୁକିଂ ସୁବିଧା ସହିତ ଯାତ୍ରା କରିପାରିବେ । ଏହା ସହିତ ଯାତ୍ରୀମାନଙ୍କର ଚାହିଦା ମଧ୍ୟ ପୂରଣ ହୋଇପାରିବ । ଏନେଇ ମନ୍ତ୍ରାଳୟ ସୂଚନା ଦେଇ କହିଛି ଯେ ଭାରତୀୟ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଉପରେ ରେଳବାଇ ଷ୍ଟାଣ୍ଡିଂ କମିଟିର ଅଷ୍ଟମ ରିପୋର୍ଟରେ ଥିବା ମନ୍ତବ୍ୟ କିମ୍ବା ସୁପାରିଶଗୁଡିକୁ ସରକାରଙ୍କ ଅନୁମତି ମିଳିଛି । ରେଳ ମନ୍ତ୍ରଣାଳୟ କହିଛି ଯେ ଟିକେଟ୍ ପ୍ରକ୍ରିୟାକୁ ଆଧୁନିକୀକରଣ କରିବା ପାଇଁ ସମୟ ସମୟରେ ଅନେକ ପଦକ୍ଷେପ ନେଇଛି । ଅନେକ ସମୟରେ ଯାତ୍ରୀମାନଙ୍କୁ ଅନଲାଇନ୍ରେ ଟିକେଟ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏଭଳି ପରିସ୍ଥିତିରେ ଏହାକୁ ଅଧିକ ସହଜ ଏବଂ ସୁବିଧାଜନକ କରିବା ପାଇଁ କାର୍ଯ୍ୟ ହେଉଛି ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ