ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ । ୟୁ ୟୁ ଲଳିତଙ୍କ ନାମକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମନା । ପରମ୍ପରା ଅନୁସାରେ ଅବସରପ୍ରାପ୍ତ ଚିଫ୍ ଜଷ୍ଟିସ୍ ନୂତନ ଚିଫ୍ ଜଷ୍ଟିସଙ୍କୁ ନାମ ସୁପାରିଶ କରିଥାନ୍ତି । ଚଳିତ ବର୍ଷ ଅଗଷ୍ଟ ୨୬ରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମନା । ତେବେ ଜଷ୍ଟିସ ଲଳିତ ମୁସଲମାନ ସଂପ୍ରଦାୟର ତିନ୍ ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ଥିଲେ । ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ।
“The eyes believe themselves, the ears believe other people.”
More Stories
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ