The Topmost

“The eyes believe themselves, the ears believe other people.”

ବିପଜ୍ଜନକ ଅବସ୍ଥାରେ ୟୁରୋପର ବୃହତ୍ତମ ପରମାଣୁ ଶକ୍ତିକେନ୍ଦ୍ର

ବିପଜ୍ଜନକ ଅବସ୍ଥାରେ ୟୁରୋପର ବୃହତ୍ତମ ପରମାଣୁ ଶକ୍ତିକେନ୍ଦ୍ର । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆଉ ଏକ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛି ୟୁରୋପ । ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଝଜିଆ ଏବେ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଯାଇଛି । ଏହା ନିୟନ୍ତ୍ରଣହୀନ ଅବସ୍ଥାକୁ ଚାଲିଯାଇଛି ବୋଲି ଜାତିସଂଘ ପରମାଣୁ ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି । ସେ କହିଛନ୍ତି ଯେ ଆଣବିକ ନିରାପତ୍ତାର ସବୁ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏଣୁ ଆଗକୁ ଏହା ଏକ ବଡ଼ ତଥା ଭୟଙ୍କର ବିପଦରେ ପରିଣତ ହେବାକୁ ଯାଉଛି । କୌଣସି ପ୍ର​ଳୟଙ୍କରୀ ଅଘଟଣ ଘଟିବା ପୂର୍ବରୁ ଉଭୟ ୟୁକ୍ରେନ ଓ ରୁଷ ଜାତିସଂଘର ପରମାଣୁ ବିଶେଷଜ୍ଞମାନଙ୍କୁ ତାହାର ପରିଦର୍ଶନ ପାଇଁ ଅନୁମତି ଦିଅନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ପରମାଣୁ କେନ୍ଦ୍ର ଚାଲିବା ପାଇଁ ପ୍ରତିଦିନ ବିଭିନ୍ନ ଜରୁରୀ ସମଗ୍ରୀ ଆବଶ୍ୟକ କରେ । କିନ୍ତୁ ଯୁଦ୍ଧ ଯୋଗୁଁ ଏସବୁ ସାମଗ୍ରୀ ଓ ଉପକରଣ ଏଠାକୁ ଆସି ପାରୁନାହିଁ । ନିରାପତ୍ତା ଦୃଷ୍ଟିକୋଣରୁ ଗୋଟିଏ ପରମାଣୁ ଶକ୍ତି କେନ୍ଦ୍ରରେ ଯେଉଁସବୁ ଘଟଣା ଘଟିବା ଉଚିତ ନୁହେଁ, ସେସବୁ ସେଠାରେ ଘଟୁଛି ।