ଦିଦିଙ୍କ କ୍ୟାବିନେଟରେ ବଡ ଧରଣର ଅଦଳବଦଳ । ସରକାର ଗଠନର ଦୀର୍ଘ ୧୪ ମାସ ପରେ ମମତା ବାନାର୍ଜୀ ରାଜ୍ୟ କ୍ୟାବିନେଟର ବଡ ଅଦଳ ବଦଳ କରିଛନ୍ତି । ପାର୍ଥ ଚାଟାର୍ଜୀ ଓ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଗିରଫ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡୁଛି । ଏହାରି ମଧ୍ୟରେ ମମତା ବାନାର୍ଜୀ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀପଦରୁ ବିଦା କରିବା ସହ ତାଙ୍କୁ ଦଳର ବିଭିନ୍ନ ପଦ ପଦବୀରୁ ବହିସ୍କାର କରାଯାଇଛି । ଏସବୁ ମଧ୍ୟରେ ମମତା ତାଙ୍କ କ୍ୟାବିନେଟରେ ୧୦ ଜଣଙ୍କୁ ନୂଆ ମନ୍ତ୍ରୀଭାବେ ଦାୟୀତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ନେହାଶିଷ ଚକ୍ରବର୍ତ୍ତି, ପାର୍ଥ ଭୌମିକ, ଓଦୟନ ଗୁହା, ପ୍ରଦୀପ ମଜୁମଦାର, ବିପ୍ଳବ ରାୟ ଚୌଧୁରୀ, ବୀରବାହା ହସଦା, ତାଜମୁଲ ହୋସେନ ଓ ସତ୍ୟଜିତ ବର୍ମନ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ