ପୁଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚର୍ଚ୍ଚା ଆରମ୍ଭ । ଏନେଇ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏନ୍ଏମ୍ଏକୁ ଅନୁମତି ମାଗିଛି । ଗତ ଜୁଲାଇ ୧୫ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏନ୍ଏମ୍ଏ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ପୂର୍ବ କଥାକୁ ଦୋହରାଇ ପୁଣିଥରେ ଏହି ପ୍ରକଳ୍ପ ପାଇଁ ଶ୍ରୀ ଦାସ ଅନୁମତି ଦେବାକୁ ନିବେଦନ କରିଛନ୍ତି । ତେବେ ଯେଉଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ନେଇ ବିବାଦ ମୁଣ୍ଡ ଟେକିବାପରେ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି ନିଷ୍ପତ୍ତି ନେଇଥିଲା, ତାକୁ ପୁନର୍ବାର ନିଷିଦ୍ଧାଞ୍ଚଳରେ ନିର୍ମାଣ କରିବାକୁ ଅନୁମତି ମଗାଯାଇଛି । ଏଭଳି ସ୍ଥିତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗଠାରୁ ଅନୁମତି ଲୋଡ଼ା ଯାଇଥିବାବେଳେ ପୁଣିଥରେ ଚିଠି ଲେଖି ଅନୁମତି ମାଗିବା ପଛରେ କି ରହସ୍ୟ ରହିଛି ବୋଲି ଭକ୍ତ ଓ ସେବାୟତ ମହଲ ପ୍ରଶ୍ନ କରିଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍