The Topmost

“The eyes believe themselves, the ears believe other people.”

ଗୁଜୁରାଟ ନିର୍ବାଚନରେ ଶାସକ ବିଜେପିକୁ କାଡା ଟକ୍କର ଦେବ ଆପ୍

ଗୁଜରାଟ ନିର୍ବାଚନ ନେଇ ଅଣ୍ଟା ଭିଡିଲାଣି ଆମ୍ ଆଦମୀ ପାର୍ଟି । ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନାହିଁ । ହେଲେ ଶାସକ ବିଜେପିକୁ ଟକ୍କର ଦେବାକୁ ଏବେଠାରୁ ଅଣ୍ଟାଭିଡିଲାଣି ଆମ୍ ଆଦମୀ ପାର୍ଟି । ଏନେଇ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ ଗୁଜରାଟର ୧୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ତେବେ ଏହାରି ଭିତରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ସମୟରେ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କି ଗୁଜରାଟରେ ଆପ୍ ସରକାର ଗଠନ ହେଲେ ବେରୋଜଗାରଙ୍କୁ ରୋଜଗାର ପ୍ରଦାନ କରାଯିବ । ଯେଉଁମାନଙ୍କୁ ରୋଜଗାର ଦେବାରେ ସରକାର ବିଫଳ ହେବେ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ ।

SHARE BY