The Topmost

“The eyes believe themselves, the ears believe other people.”

ଟ୍ରେନରେ ମଧ୍ୟ ବିମାନ ଭଳି ଅତ୍ୟାଧୁନିକ ଆରାମଦାୟକ ସିଟ୍‌ ମିଳିବ

ଆଗକୁ ଟ୍ରେନରେ ମଧ୍ୟ ବିମାନ ଭଳି ଆରାମଦାୟକ ସିଟ୍‌ ମିଳିବ । ଦେଶର ପ୍ରମୁଖ ଇସ୍ପାତ କାରଖାନା ଟାଟା ଷ୍ଟିଲ ଏହି ସିଟ୍‌ର ନିର୍ମାଣ କରୁଛନ୍ତି । ଏହି ଆରାମପ୍ରଦ ସିଟ୍ ସର୍ବପ୍ରଥମେ ଅତ୍ୟାଧୁନିକ ଟ୍ରେନ ବନ୍ଦେ ଭାରତରେ ଲାଗିବ । ରେଳବାଇଙ୍କ ନିମନ୍ତେ ଏହି ଖାସ ସିଟ୍ ସେପ୍ଟେମ୍ବର ମାସରୁ ଯୋଗାଣ ଆରମ୍ଭ ହେବ । ଟାଟାଷ୍ଟିଲଙ୍କ ପ୍ରାଦ୍ୟୋଗିକ ଉପାଧ୍ୟକ୍ଷ ଦେବାଶିଷ ଭଟ୍ଟାଚାର୍ଯ୍ୟ ଏହି ସିଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି । ଭଟ୍ଟାଚାର୍ଯ୍ୟଙ୍କ ଅନୁସାରେ ଏହା ଖାସ କରି ଡିଜାଇନ ହୋଇଥିବା ସିଟ୍‌ , ଯାହା ୧୮୦ ଡିଗ୍ରି ପର୍ଯ୍ୟନ୍ତ ଘୁରି ପାରିବ । ଏଥିରେ ବିମାନ ସିଟ୍ ଭଳି ସବୁ ପ୍ରକାର ସୁବିଧା ରହିବ । ଭାରତରେ ଏପରି ଟ୍ରେନ୍‌ ସିଟ୍‌ ପ୍ରଥମ ଥର ଯୋଗାଣ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବରରୁ ରେଳବାଇଙ୍କୁ ଏହି ସିଟ୍‌ ଯୋଗାଣ ଆରମ୍ଭ ହେବ ଓ ୧୨ ମାସ ମଧ୍ୟରେ ଅର୍ଡର ପୂରଣ କରାଯିବ । ବନ୍ଦେ ଭାରତ ଏକ୍ସପ୍ରେସ୍‌ ର ୨୨ଟି ଟ୍ରେନ ନିମନ୍ତେ ସିଟ୍ ଯୋଗାଣ ପାଇଁ ଅର୍ଡର ମିଳିଛି । ତେବେ ଏହି ଅର୍ଡରର ମୂଲ୍ୟ ପ୍ରାୟ ୧୪୫ କୋଟି ଟଙ୍କା ହେବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି ।