The Topmost

“The eyes believe themselves, the ears believe other people.”

ଭାରତରେ ଏକ ଭାଷା, ଏକ ଧର୍ମ ଏବଂ ଏକ ସଂସ୍କୃତି ଅସମ୍ଭବ: ଏମ୍.କେ. ଷ୍ଟାଲିନ୍‌

ଭାରତରେ ଏକ ଭାଷା, ଏକ ଧର୍ମ ଏବଂ ଏକ ସଂସ୍କୃତି ଲାଗୁ କରିବା ଅସମ୍ଭବ । ଏହିଭଳି କିଛି ମନ୍ତବ୍ୟ ରଖିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍‌ । ‘ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌’ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍‌ କହିଛନ୍ତି, ଭାରତରେ ଏକ ଭାଷା, ଏକ ଧର୍ମ ଏବଂ ସଂସ୍କୃତି ସମ୍ଭବପର ନୁହେଁ । ଏକ ଭାଷା ଓ ଏକ ଧର୍ମକୁ ପ୍ରୋତ୍ସାହିତ କରୁଥିବା ଲୋକେ ଆମର ଏକତା ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି । ତେଣୁ, ସେମାନେ ଭାରତ ଓ ଭାରତୀୟମାନଙ୍କର ଶତ୍ରୁ । ଏଭଳି ଦୁଷ୍ଟ ଶକ୍ତିମାନଙ୍କର ଏଠାରେ ସ୍ଥାନ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ସଙ୍ଘୀୟ ବ୍ୟବସ୍ଥା ହେଉଛି ଏ ଦେଶର ମୂଳଦୁଆ । ଭାରତ ତିଷ୍ଠି ରହିବାକୁ ହେଲେ ବଳିଷ୍ଠ ସ୍ବୟଂଶାସିତ ରାଜ୍ୟ ଆବଶ୍ୟକ । ଏହାସହ ସେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ଙ୍କୁ ପ୍ରଶଂସା କରି ଷ୍ଟାଲିନ୍‌ କହିଛନ୍ତି ତାମିଲନାଡୁରେ ତାଙ୍କ ଦଳ ‘ଡିଏମ୍‌କେ’ ଏବଂ ‘ସିପିଆଇ(ଏମ୍‌)’ ମଧ୍ୟରେ ହୋଇଥିବା ମେଣ୍ଟ୍‌ ଖାଲି ନିର୍ବାଚନୀ ବନ୍ଧନ ନୁହେଁ ଏହା ‘ଆଦର୍ଶଭିତ୍ତିକ’।