The Topmost

“The eyes believe themselves, the ears believe other people.”

ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଆତଙ୍କୀ ନିହତ..

ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି । ଜମ୍ମୁ ଓ କଶ୍ମୀରର ବାରମୂଳା ଅନ୍ତର୍ଗତ ବିନେର୍‌ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ତେବେ ନିହତ ଆତଙ୍କବାଦୀ ଜଣକ ବାରମୂଳା ଅନ୍ତର୍ଗତ ପଟ୍ଟାନ୍‌ବାସୀ ଇର୍ଶାଦ୍‌ ଅହମଦ୍‌ । ଆତଙ୍କବାଦୀ ସଂଗଠନ ‘ଲସ୍କର୍‌-ଏ-ତୈବା’ ସହିତ ତାଙ୍କର ଯୋଗାଯୋଗ ଥିଲା । ଜମ୍ମୁ ଓ କଶ୍ମୀର ପୁଲିସ କହିବା ଅନୁସାରେ ୨୦୦୫ ମେ ମାସରୁ ଇର୍ଶାଦ୍‌ ଅହମଦ୍‌ ସକ୍ରିୟ ରହିବା ସହ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନ ‘ଲସ୍କର୍‌-ଏ-ତୈବା’ ସହ ତାଙ୍କର ସମ୍ପୃକ୍ତି ଥିଲା । ନିହତ ଆତଙ୍କବାଦୀ ନିକଟରୁ ଗୋଟିଏ ଏ.କେ. ରାଇଫଲ୍‌, ଦୁଇଟି ମାଗାଜିନ୍‌ ଏବଂ ୩୦ ରାଉଣ୍ଡ୍‌ ଗୁଳି ଉଦ୍ଧାର କରାଯାଇଛି । ସେପଟେ ଆଉ ଜଣେ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଆଶଙ୍କାରେ ସମ୍ପୃକ୍ତ ଅଞ୍ଚଳରେ ଖାନ୍‌ତଲାସ ଚାଲିଛି ।