ବୟସ ବଢିବା ସହିତ ଶରୀରରେ ଅନେକ ରୋଗ ଦେଖାଯାଇଥାଏ । ସେହି ରୋଗ ମଧ୍ୟରୁ ଗୋଟିଏ ରୋଗ ହେଲା ପାର୍କିନ୍ସନ୍’ସ ଡିଜିଜ୍ । ଏହି ରୋଗ ହେଲେ ଲୋକର ବିଭିନ୍ନ ସ୍ନାୟୁ ଜାତୀୟ ସମସ୍ୟା ଦେଖାଦେଇଥାଏ । ଏଥିରେ ଲୋକର ହାତ ଥରିବା ସହିତ ଚାଲିବା ସହିତ କଥା କହିବାରେ ଅସୁବିଧା ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇଁ ଚାଇନା ଏକ ଇ ନୋଜ୍ ନିର୍ମାଣ କରିଥିବା ଦାବି କରିଛି । ଏହି ଇ ନୋଜ୍ ଦ୍ୱାରା ପାର୍କିନ୍ସନ୍’ସ୍ ଡିଜିଜ୍କୁ ଚିହ୍ନଟ କରିବାରେ ସହାୟକ ହେବ । ଏହି ରୋଗରେ ବିଶ୍ୱରେ ପ୍ରାୟ ୧୦ ମିଲିଅନ ଲୋକ ପ୍ରଭାବିତ ହୋଇଥାଆନ୍ତି । ଏହି ରୋଗର ନିରାକରଣ ପାଇଁ ଏହାକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବା ସହିତ ଚିକିତ୍ସାର ଆବଶ୍ୟକତା ରହିଛି । ତେବେ ଏହି ଉପକରଣରେ ଏକ ସେନ୍ସର ଲାଗିଛି ଯାହା ଏହି ରୋଗର ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ଚୀନ ବୈଜ୍ଞାନିକ ଦାବି କରିଛନ୍ତି । ଏହି ରୋଗୀଙ୍କ କ୍ଷେତ୍ରରେ ସେବାକସ୍ ଗ୍ଲାଣ୍ଡ ଅଧିକ ସେବମ୍ ରିଲିଜ୍ କରିଥାଏ, ଯାହା ଏକ ସ୍ୱତନ୍ତ୍ର ଗନ୍ଧ ହୋଇଥାଏ । ଏହି ଗନ୍ଧରୁ ହିଁ ସେନ୍ସର ରୋଗ ବିଷୟରେ ଚିହ୍ନଟ କରିଥାଏ । ବୈଜ୍ଞାନିକ ମାନେ କେତେଜଣ ପାର୍କିନ୍ସନ୍’ସ୍ ଡିଜିଜ୍ ହୋଇଥିବା ରୋଗୀ ଓ ଭଲ ଲୋକଙ୍କୁ ନେଇ ହୋଇଥିବା ଗବେଷଣାରୁ ଏ ସମ୍ବନ୍ଧରେ ତଥ୍ୟ ମିଳିଛି । ଏହି ନୋଜ ସାହାଯ୍ୟରେ ପ୍ରାୟ ୭୧ ପ୍ରତିଶତ ସଠିକ୍ ଭାବେ ରୋଗ ଚିହ୍ନଟ ହୋଇପାରୁଛି । ଭାରତରେ ପ୍ରାୟ ୦.୫୮ ମିଲିଅନ ଲୋକ ଏହି ରୋଗରେ ପିଡିତ ହୋଇଥିବା ଏକ ସର୍ଭେରୁ ଜଣାପଡିଛି । ଏହା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ଚାଇନା ପକ୍ଷରୁ କୁହାଯାଇଛି
More Stories
କେତେ ସ୍ବାସ୍ଥ୍ୟକର ଅଣ୍ଡା
ଏସିଡିଟି ପାଇଁ ଚିନ୍ତିତ କି
ଶାକାହାରୀ ମାନେ ନିଶ୍ଚୟ ଜାଣନ୍ତୁ ଏହି ତଥ୍ୟ