The Topmost

“The eyes believe themselves, the ears believe other people.”

ୟୁଏଇରେ ବନ୍ୟା ସ୍ଥିତି ସଙ୍ଗୀନ; ନଦୀରେ ପରିଣତ ହୋଇଛି ରାସ୍ତାଘାଟ

ଲଗାଣ ବର୍ଷା ଯୋଗୁଁ ମଧ୍ୟପ୍ରାଚ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ସାରଜା ଓ ଫୁଜୈରା ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ବନ୍ୟାରେ ଗାଡି ଭାସୁଥିବା ବେଳେ ଘରଦ୍ୱାର ଅଧା ବୁଡି ରହିଛି । ଏପରିକି ରାସ୍ତାଘାଟ ସବୁ ନଦୀରେ ପରିଣତ ହୋଇଛି । ତେବେ ୟୁଏଇର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଘରଦ୍ୱାର ସବୁଆଡେ ପାଣି ମଡିଯାଇଥିବା ବେଳେ ଗାଡି ଗୁଡିକରେ ପାଣିରେ ଭାସିଯାଇଛି । ସାରଜା ଓ ଫୁଜୈରା ସହରରେ ଅନେକ ଲୋକ ଘରଦ୍ୱାର ଛାଡି ଅନ୍ୟତ୍ର ଆଶ୍ରୟ ନେଇଥିବା ବେଳେ ବିଭିନ୍ନ ସ୍ଥାନରେ ବନ୍ୟାରେ ଫସିରହିଥିବା ୯ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଏହାସହ ପ୍ରାୟ ୪ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭରି ସ୍ଥିତି ଉପୁଜିଥିବା ନ୍ୟାସନାଲ ସେଣ୍ଟର ଅଫ ମେଟ୍ରୋଲୋଜି ପକ୍ଷରୁ କୁହାଯାଇଛି ।