The Topmost

“The eyes believe themselves, the ears believe other people.”

୨୦୨୫ ସୁଦ୍ଧା ବନ୍ଦ ହେବ ସମସ୍ତ କାର୍ଯ୍ୟକ୍ଷମ ମିଗ୍-୨୧ ସ୍କ୍ୱାର୍ଡନ..

ଆଗକୁ ଆଉ ଆକାଶରେ ଉଡିବନି ମିଗ୍-୨୧ ଯୁଦ୍ଧ ବିମାନ । ୨୦୨୫ ସୁଦ୍ଧା ବନ୍ଦ ହେବ ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ଷମ ଥିବା ସମସ୍ତ ୪ଟି ମିଗ୍-୨୧ ସ୍କ୍ୱାର୍ଡନ । ମିଗ୍-୨୧ ବଦଳରେ ନୂଆ ଲଢୁଆ ବିମାନ ମୁତୟନ କରାଯିବ । ତେବେ ଆସନ୍ତା ସେପ୍ଟେମ୍ବରରେ ଗୋଟିଏ ସ୍କ୍ୱାର୍ଡନ ବନ୍ଦ ହେବାକୁ ଥିବାବେଳେ ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ବର୍ଷରେ ବନ୍ଦ କରାଯିବ । ଶ୍ରୀନଗରରେ ଅବସ୍ଥାପିତ ୫୧ ନମ୍ବର ସ୍କ୍ୱାର୍ଡନକୁ ବନ୍ଦ କରାଯିବ । ଏହି ସ୍କ୍ୱାର୍ଡନ ସୋର୍ଡ ଆର୍ମସ ନାଁରେ ପରିଚିତ । ଗତ ୬ ଦଶନ୍ଧୀରେ ୪ଶହରୁ ଅଧିକ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି ମିଗ୍-୨୧ । ଏହି ଦୁର୍ଘଟଣାରେ ୨ଶହ ପାଇଲଟଙ୍କ ଜୀବନ ଯାଇଛି । ବାୟୁସେନା ୧୯୬୩ରେ ପ୍ରଥମ ସିଙ୍ଗଲ ଇଞ୍ଜିନ ମିଗ୍-୨୧ ଲଢୁଆ ବିମାନ ପାଇଥିଲା । ତେବେ ମିଗ୍-୨୧ ପରିବର୍ତ୍ତେ ବାୟୁସେନା ତେଜସର ବିଭିନ୍ନ ଭାରିଆଣ୍ଟ ସାମିଲ କରିବା ଯୋଜନା କରିଛି ।