The Topmost

“The eyes believe themselves, the ears believe other people.”

ଶ୍ରୀଲଙ୍କାରେ ୧ ମାସ ପାଇଁ ବଢିଲା ଜରୁରୀକାଳୀନ ପରିସ୍ଥିତି…

ସେନା ହାତରେ ପର୍ଯ୍ୟାପ୍ତ କ୍ଷମତା ଅର୍ପଣ କଲେ ସରକାର । ଶ୍ରୀଲଙ୍କାରେ ୧ ମାସ ପାଇଁ ବଢିଲା ଜରୁରୀକାଳୀନ ପରିସ୍ଥିତି । ଆର୍ଥିକ ଓ ରାଜନୈତିକ ସଂକଟରେ ପେଶି ହେଉଥିବା ଶ୍ରୀଲଙ୍କା ଏବେ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସଂସଦରେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଜରୁରୀକାଳୀନ ପରିସ୍ଥିତିକୁ ଆଉ ଏକମାସ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାନିଲ ବ୍ରିକମାସିଂଘେ ଜୁଲାଇ ୧୭ ତାରିଖରେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ ସେନା ହାତରେ ଅଧିକ କ୍ଷମତା ପ୍ରଦାନ କରିଥିଲେ । ଏହି କ୍ଷମତା ବଳରେ ସେନା କୌଣସି ବି ବ୍ୟକ୍ତିକୁ ବିନା କାରଣରେ ଗିରଫ କରିପାରିବ । ଏହାସହ ସାର୍ବଜନୀନ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ କୌଣସି ବ୍ୟକ୍ତିଗତ ସମ୍ପତ୍ତି ବି ସେନା ଜବତ କରିପାରିବ ବୋଲି କୁହାଯାଇଛି । ଶ୍ରୀଲଙ୍କାର ଜଣେ ସାଂସଦଙ୍କ କହିବା ମୁତାବକ ଏବେ ପୁଣି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରଖିବାକୁ ରାଷ୍ଟ୍ରପତିଙ୍କୁ ପୁଣିଥରେ ସଂସଦର ଅନୁମତି ନେବାକୁ ପଡିଥିଲା ।