The Topmost

“The eyes believe themselves, the ears believe other people.”

ଏଣିକି ପାଣି ଭିତରେ ଚାଲିବ ମେଟ୍ରୋ; କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନ

କୋଲକାତାରେ ନିର୍ମାଣ ହେଉଛି ଭାରତର ପ୍ରଥମ ଅଣ୍ଡର ୱାଟର ଟନେଲ ଓ ଗଭୀର ମେଟ୍ରୋ ଷ୍ଟେସନ । ଏହି ଷ୍ଟେସନ ହୁଗୁଳି ନଦୀ ତଳେ ୩୩ ମିଟର ଗଭୀରତାରେ ନିର୍ମାଣ କରାଯାଉଛି । ତେବେ ଏହାର ୮୦% କାର୍ଯ୍ୟ ଶେଷ ହୋଇଥିବାବେଳେ ୨୦% କାର୍ଯ୍ୟ ବାକି ଅଛି । ଯାହା ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ । କୋଲକାତା ମେଟ୍ରୋ ରେଳ ନିଗମ (କେଏମଆରସି) ହୁଗଲି ନଦୀ ତଳେ ଏକ ଯାତ୍ରା ଲାଗି ରାସ୍ତା ପ୍ରସ୍ତୁତ କରିଛି । ୫୦୦ ମିଟରରୁ ଅଧିକ ଏହି ଟ୍ୱିନ୍ ଟନେଲ ମାଧ୍ୟମରେ ପୂର୍ବ ଏବଂ ପଶ୍ଚିମ କରିଡରଗୁଡ଼ିକ ସଂଯୋଗ କରାଯିବ । ଏହି ଟ୍ରେନ୍ ହୁଗଳି ନଦୀଠାରୁ ୧୩ ମିଟର ତଳେ ରହିବ। ଅଣ୍ଡରଗ୍ରାଉଣ୍ଡ ଟନେଲ୍ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ହୁଗଲି ନଦୀ ପାର ହେବ ।