ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିବାବେଳେ ୪୭ ହଜାର ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି । ଜୁଲାଇ ୪ରୁ ଜୁଲାଇ ୮ ଯାଏଁ ବିଭିନ୍ନ ବିଭାଗର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେପଟେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଓଜେଇଇ କାଉନସିଲିଂ ଆରମ୍ଭ ହେବ । ଅଗଷ୍ଟ ୧ ତାରିଖରୁ ସ୍ପେଶିଆଲ୍ ଓଜେଇଇ ଆବେଦନ ଆରମ୍ଭ ହେବ । ଯାହାକି ଅଗଷ୍ଟ ଶେଷ ସପ୍ତାହରେ ହେବ ବୋଲି ସୂଚନା ମିଳିଛି । ଇଚ୍ଛୁକ ଛାତ୍ରଛାତ୍ରୀ ମାନେ www.ojee.nic.in ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ ।
More Stories
ଗାଁରେ ମାତିଛି ଗୁଣିଆ, ଦେଉଛି ଶିଶୁବଳି
ଶ୍ରୀମନ୍ଦିର ସେବାୟତଙ୍କୁ ହାଣିଲେ ଦୁର୍ବୁତ୍ତ
ଓଡିଶାକୁ ବାତ୍ୟା ଭୟ