The Topmost

“The eyes believe themselves, the ears believe other people.”

ଭାରତୀୟ ସେନାକୁ ଆଧୁନିକକରଣ ପ୍ରସ୍ତାବ ଉପରେ ପ୍ରତିରକ୍ଷା ମନ୍ତ୍ରାଳୟର ମୋହର..

ପ୍ରତିରକ୍ଷା ମନ୍ତ୍ରାଳୟର ବଡ ପଦକ୍ଷେପ । ଆଧୁନିକକରଣ ହେବ ଭାରତୀୟ ସେନା । ଚୀନ ଓ ଭାରତ ମଧ୍ୟରେ ୨ ବର୍ଷରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ଭିତରେ ବଡ ପଦକ୍ଷେପ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଭାରତୀୟ ସେନାକୁ ଆଧୁନିକକରଣ କରିବା ପ୍ରସ୍ତାବ ଉପରେ ପ୍ରତିରକ୍ଷା ମନ୍ତ୍ରାଳୟ ମୋହର ମାରିଛି । ଯେଉଁଥିରେ ୨୮ ହଜାର ୭୩୨ କୋଟି ଟଙ୍କାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବାକୁ ମଞ୍ଜୁରୀ ମିଳିଛି । ଖୁବଶୀଘ୍ର ଭାରତୀୟ ସେନାକୁ ମିଳିବାକୁ ଯାଉଛି ହାଇଟେକ୍ ସ୍ୱାର୍ମ ଡ୍ରୋନ, ବୁଲେଟପ୍ରୁଫ୍ ଜାକେଟ, ୪ଲକ୍ଷ କ୍ଲୋଜ କ୍ୱାର୍ଟର ବେଟେଲ କାର୍ବାଇନ, ରକେଟ, ଇନଫାନଟ୍ରି କମବାଟ ଭେହିକିଲ କମାଣ୍ଡ, ୧୪ଟି ଫାଷ୍ଟ ପାଟ୍ରୋଲିଂ ବୋଟ୍ । ଭାରତୀୟ ସେନାରେ ଏହି ଅସ୍ତ୍ରଶସ୍ତ୍ର ଏଲଏସି, ପୂର୍ବ ସୀମାରେ ପାରମ୍ପରିକ ଯୁଦ୍ଧ, ହାଇବ୍ରିଡ ଯୁଦ୍ଧ ଓ ଆତଙ୍କବାଦର ମୁକାବିଲାରେ ସହାୟକ ହେବ । ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ତିନି ସେନା ପ୍ରମୁଖଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ।