ଭାରତୀୟ ସେନା ଶିବିର ଉପରେ ସ୍ଥାନୀୟ ମିଲିସିଆ ଆକ୍ରମଣ ଓ ଲୁଟ୍ ଉଦ୍ୟମ ହେଲା ପଣ୍ଡ । ଆଫ୍ରିକୀୟ ଦେଶ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ମୁତୟନ ହୋଇଥିବା ଭାରତୀୟ ସେନା ଶିବିର ଉପରେ ଏକ ସ୍ଥାନୀୟ ମିଲିସିଆ ଆକ୍ରମଣ ଓ ଲୁଟ୍ ପାଇଁ ଉଦ୍ୟମ କରିଥିବା ସୂଚନା ମିଳିଥିଲା । ତେବେ ଏହି ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ସେନା । କଙ୍ଗୋରେ ଏବେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ଶାନ୍ତି ରକ୍ଷା ପାଇଁ ସେଠାରେ ଜାତିସଂଘ ପକ୍ଷରୁ ଶାନ୍ତିବାହିନୀ ମୁତୟନ ହୋଇଛି । ଏହି ଶାନ୍ତିବାହିନୀରେ ଭାରତୀୟ ସେନା ମଧ୍ୟ ଅଂଶଗ୍ରହଣ କରିଛି । ଭାରତୀୟ ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଏକ ସଶସ୍ତ୍ର ଗୋଷ୍ଠୀ ଭାରତୀୟ ସେନାର ଶିବିର, କେତେକ ଜାତିସଂଘ ଅଫିସ ଓ ସେନା ପକ୍ଷରୁ ସ୍ଥାପିତ ଲେବଲ-୩ ହସପିଟାଲ ଉପରେ ଆକ୍ରମଣ କରି ଲୁଟ ଉଦ୍ୟମ କରାଯାଇଥିଲା । କିନ୍ତୁ ଭାରତୀୟ ସେନାର ସତର୍କ ଦୃଷ୍ଟିରୁ ସେମାନେ ବର୍ତ୍ତି ପାରିନଥିଲେ । ଭାରତୀୟ ସେନା ଜାତିସଂଘ ଆଇନକୁ ପାଳନ କରିବା ସହ ସେମାନଙ୍କୁ ଘଉଡ଼େଇ ଦେଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ