The Topmost

“The eyes believe themselves, the ears believe other people.”

ଶପଥ ଗ୍ରହଣ ପରେ ସାରା ଦେଶକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: ଜଣେ ଗରୀବ ସ୍ୱପ୍ନ ଦେଖିପାରେ, ତାକୁ ପୂରଣ ବି କରିପାରେ

୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପରେ ସାରା ଦେଶକୁ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଭାରତ ବର୍ଷରେ ଗଣତନ୍ତ୍ରର ମହତ୍ୱ ଓ ଜଣେ ଗରୀବର ଜୀବନ ଉପରେ ଆଲୋକପାତ କରିଛନ୍ତି ଦୌପଦୀ ମୁର୍ମୁ । ଭାରତ ବର୍ଷରେ ଜଣେ ଗରୀବ ସ୍ୱପ୍ନ ଦେଖିପାରେ, ତାକୁ ପୂରଣ ବି କରିପାରେ’- ଏହିଭଳି ବାର୍ତ୍ତା ଆଜି ସାରା ଦେଶବାସୀଙ୍କୁ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ଓଡିଶାର ଯେଉଁ ଏକ ଛୋଟ ପୃଷ୍ଠଭୂମିରୁ ଆସିଛନ୍ତି ସେଠି ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ବି କଷ୍ଟକର । ତଥାପି ଅନେକ ପ୍ରତିବନ୍ଧକ ସତ୍ତ୍ବେ ତାଙ୍କର ସଙ୍କଳ୍ପ ଦୃଢ ରହିଛି । ତାଙ୍କର ଧୈର୍ଯ୍ୟ ଓ ଦୃଢ ସଙ୍କଳ୍ପ ପାଇଁ ସେ ଜଣେ କାଉନସିଲରରୁ ଆଜି ଦେଶର ସର୍ବୋଚ୍ଚ ପଦବୀ ଅର୍ଥାତ୍ ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଛନ୍ତି । ତେବେ ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଦେଶର ଗଣତନ୍ତ୍ରର ଶକ୍ତି ତଥା ଭାରତ ବର୍ଷର ମହାନତା ବୋଲି କହିଛନ୍ତି ଦୌପଦୀ ମୁର୍ମୁ ।

SHARE BY