ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁରେ ଆୟୋଜିତ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନକୁ ମନେ ପକାଇ ଏହା କହିଛନ୍ତି ରାଜନାଥ ସିଂହ । ରାଜନାଥ କହିଛନ୍ତି, ଆମ ଉପରେ ଯିଏ ବି ଖରାପ ନଜର ପକାଇବ, ଭାରତ ତାକୁ କଡ଼ା ଜବାବ ଦେବ । ଯଦି କୌଣସି ଯୁଦ୍ଧ ହୁଏ, ତେବେ ଭାରତ ନିଶ୍ଚିତ ବିଜୟୀ ହେବ ବୋଲି ରାଜନାଥ କହିଛନ୍ତି । ୧୯୪୭ ପରେ ଭାରତ ସବୁ ଯୁଦ୍ଧରେ ପାକିସ୍ତାନକୁ ହରାଇଛି । ୧୯୬୫ ଓ ୧୯୭୧ର ପ୍ରତିଟି ଯୁଦ୍ଧରେ ପରାଜୟର ସ୍ୱାଦ ଚାଖିବା ପରେ ପାକିସ୍ତାନ ଛଦ୍ମ ଯୁଦ୍ଧର ରାସ୍ତା ଆପଣାଇଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେମାନେ ଭାରତକୁ ଲହୁଲୁହାଣ କରିବାକୁ ପ୍ରୟାସ କରିଛନ୍ତି। କିନ୍ତୁ ପ୍ରତିଥର ଆମର ବାହାଦୁର ସେନା ଦେଖାଇ ଦେଇଛନ୍ତି ଯେ ଭାରତର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ କେହି ଭାଙ୍ଗିପାରିବେ ନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ